BSNL ଦମଦାର ପ୍ଲାନ୍, ୬୫ଦିନ ଅନଲିମିଟେଡ୍ !
Advertisement

BSNL ଦମଦାର ପ୍ଲାନ୍, ୬୫ଦିନ ଅନଲିମିଟେଡ୍ !

BSNL Plan: ଆଜି ଆପଣଙ୍କୁ ବିଏସଏନଏଲର ଯେଉଁ ପ୍ଲାନ୍ ବିଷୟରେ କହିବୁ ତାହା ୬୫ ଦିନର ବୈଧତା ସହିତ ଗ୍ରାହକଙ୍କ ପାଇଁ ଉପଲବ୍ଧ ।

BSNL ଦମଦାର ପ୍ଲାନ୍, ୬୫ଦିନ ଅନଲିମିଟେଡ୍ !

BSNL Plan: ବର୍ତ୍ତମାନ ଅନେକ ଘରୋଇ ଟେଲିକମ୍ କମ୍ପାନି ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍ ଭେଟିଦେଉଥିବା ବେଳେ ସରକାରୀ ଟେଲିକମ କମ୍ପାନି ବିଏସଏନଏଲ (BSNL) ମଧ୍ୟ ପଛରେ ପଡିନାହିଁ । ଅନ୍ୟ ଅପରେଟରଙ୍କ ସହ ଚ୍ୟାଲେଞ୍ଜ୍ ଦେଇ ବିଏସଏନଏଲ ମଧ୍ୟ ନିଜ ଗ୍ରାହକଙ୍କୁ ଅନେକ ସୁବିଧା ଓ ସରଳ ପ୍ଲାନ୍ ଭେଟି ଦେଉଛି । ବର୍ତ୍ତମାନ ଅନେତ ଗ୍ରାହକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ବିଏସଏନଏଲକୁ ଖୁବ ପସନ୍ଦ କରନ୍ତି । ବିଏସଏନଏଲ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ରିଚାର୍ଜ ପ୍ଲାନ୍ (Recharge plan) ଆଣିଥାଏ । ଗ୍ରାହକମାନେ ନିଜ ମନ ପସନ୍ଦର ପ୍ଲାନ ଆବଶ୍ୟକ ଅନୁସାରେ ବାଛିବା ସହ ରିଚାର୍ଜ କରି ପ୍ଲାନରେ ମିଳୁଥିବା ସୁବିଧାର ଲାଭ ଉଠାଇଥାନ୍ତି । ପୂର୍ବରୁ ଆମେ ଆପଣଙ୍କୁ ବିଏସଏନଏଲର ଅନେକ ଲାଭଦାୟକ ଯୋଜନା ବିଷୟରେ କହିଛୁ । ଆଜି ମଧ୍ୟ ଏପରି ଏକ ଲାଭଦାୟକ ଯୋଜନା ବିଷୟରେ ଆପଣଙ୍କୁ କହିବୁ ଯେଉଁଥିରେ ଆପଣ ୬୫ ଦିନ ପର୍ଯ୍ୟନ୍ତ ଚିନ୍ତା ମୁକ୍ତ ରହି ବିଭିନ୍ନ ସୁବିଧାର ଲାଭ ଉଠାଇପାରିବେ ।

୩୧୯ ଟଙ୍କାର ରିଚାର୍ଜ ପ୍ଲାନ

ବିଏସଏନଏଲର ୩୧୯ ଟଙ୍କା ରିଚାର୍ଜ ପ୍ଲାନ୍ ଭଏସ୍ ପ୍ୟାକ୍ (Voice Pack) ସହିତ ଆସିଥାଏ । ଏହି ଯୋଜନାରେ ଆପଣ ସମୁଦାୟ ୬୫ ଦିନ ପର୍ଯ୍ୟନ୍ତ ଲାଭ ପାଇପାରିବେ । ଏହି ରିଚାର୍ଜ ପ୍ଲାନରେ ରାଜଧାନୀ ଦିଲ୍ଲୀ ଓ ମୁମ୍ୱାଇ (New delhi and mumbai) ଏମଟିଏନଏଲ ରୋମିଂ ସର୍କଲ ସହିତ ଅନଲିମିଡେଟ୍ କଲିଂ (Unlimited calling) ପାଇବେ । କେବଳ ସେତିକି ନୁହେଁ ଜାତୀୟ ରୋମିଂ ମଧ୍ୟ ବିଏସଏନଏଲ ପ୍ରଦାନ କରିଥାଏ ଏହି ରିଚାର୍ଜ ପ୍ଲାନରେ । ଏହି ପ୍ଲାନ ରିଚାର୍ଜ କରିବା ଦ୍ୱାରା ଆପଣ ଇଣ୍ଟରନେଟ୍ ସୁବିଧା (Internet access)ର ମଧ୍ୟ ଲାଭ ପାଇପାରିବେ । ୩୧୯ ଟଙ୍କା ରିଚାର୍ଜ ମଧ୍ୟରେ ଆପଣ ସମୁଦାୟ ୧୦ଜିବି ଇଣ୍ଟରନେଟ୍ ପାଇବେ । ଆପଣଙ୍କୁ ବିଏସଏନଏଲ ପକ୍ଷରୁ ମିଳୁଥିବା ୧୦ଜିବିର ଇଣ୍ଟରନେଟ୍ ପୂରା ୬୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଯାହାକୁ ଆପଣ ଆପଣଙ୍କ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ । ଏଥି ସହିତ ଆପଣଙ୍କୁ ବିଏସଏନଏଲ ପକ୍ଷରୁ ଏସଏମଏସ ସୁବିଧା ମଧ୍ୟ ମିଳିବ । ଏହି ଏସଏମଏସ ସୁବିଧା ମଧ୍ୟ ୬୫ ଦିନର ବୈଧତା ସହିତ ଉପଲବ୍ଧ । ସମୁଦାୟ ୩ଶହ ଏସଏମଏସ (SMS) ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ପଠାଇପାରିବେ ଆପଣ । ଉଭୟ ମେସେଜ ଓ ଇଣ୍ଟରନେଟ୍ ସୁବିଧା ୨ ମାସରୁ ଅଧିକ ସମୟ ଧରି ମିଳୁଥିବାରୁ ବିଏସଏନଏଲର ଏହି ପ୍ଲାନ୍ ଅନେକ ଲୋକଙ୍କର ପସନ୍ଦ । 

ବିଶେଷ କରି ଯେଉଁ ଗ୍ରାହକମାନେ ୪ ଜି, ୩ ଜି, କିମ୍ୱା ୨ ଜି ବ୍ୟବହାର କରୁଛନ୍ତି ସେହି ଗ୍ରାହକଙ୍କ ପାଇଁ ଏହି ଯୋଜନାଟି ଅତ୍ୟନ୍ତ ଲାଭଜନକ । ଏଥିସହ ଯେଉଁମାନେ କମ ଟଙ୍କାରେ ଦୀର୍ଘଦିନର ପ୍ଲାନ୍ ଖୋଜୁଛନ୍ତି ସେମାନେ ଏହି ପ୍ଲାନ ନିଜ ସିମକାର୍ଡ ନମ୍ୱରରେ ରିଚାର୍ଜ କରି ଲାଭ ପାଇପାରିବେ । ଅନ୍ୟପଟେ ଡାଟା ସୁବିଧା ହ୍ରାସ କରି ବିଏସଏନଏଲ ଶୁଳ୍କ ବୃଦ୍ଧି କରୁଛି । କମ୍ପାନୀ ଏହାର ସବୁଠାରୁ ଲୋକପ୍ରିୟ ନାଇଟ୍ ପ୍ଲାନ୍ ଅସୀମିତ ୫୯୯ ଟଙ୍କା ପ୍ରିପେଡ୍ ଯୋଜନାରେ ପ୍ରତିଦିନ ୫ ଜିବିରୁ ୩ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ହ୍ରାସ କରିଛି, ଏବଂ ଅନ୍ୟ ସମସ୍ତ ସୁବିଧା ସମାନ ରଖିଛି ।

ବିଏସଏନଏଲର ୩୧୯ଟଙ୍କା ରିଚାର୍ଜର ଏହି ପ୍ଲାନଟି ଅନେକ ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସୁଥିବା ଜଣାପଡିଛି । ଅନେକ ଗ୍ରାହକ ଏହି ପ୍ଲାନକୁ ହିଁ ନିଜର ପ୍ରଥମ ପସନ୍ଦ ରିଚାର୍ଜ ପ୍ଲାନ ବୋଲି କହିଛନ୍ତି । ତେବେ ଆଗକୁ ବିଏସଏନଏଲ କଣ ସବୁ ଅଫର ଦେଉଛି ତାହା ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ରହିଛି ।

Also Read- Nisha Maharana Viral Video: ଏଥର କମ୍ପେଇବେ ନିଶା